ପୋଲ ନିର୍ମାଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଥୁଆମୂଲରାମପୁର ବ୍ଲକର ତଲଝାପି ଗ୍ରାମପଞ୍ଚାୟତ ଅଧୀନ ୪ଟି ଗ୍ରାମର ଲୋକମାନେ ଇନ୍ଦ୍ରାବତୀରେ ଏକ ପୋଲ ନିର୍ମାଣ କରିବା ପାଇଁ ମଙ୍ଗଳବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ ଲୋକ ପ୍ରତିନିଧି ଓ ସରକାର ଏହି ଦାବି ପ୍ରତି କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଫଳରେ ମଙ୍ଗଳବାର ଦିନ ଭବାନୀପାଟଣା ଆସି ୪ଟି ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଦାବି ପୂରଣ ନହେଲେ ସେମାନେ ଆସନ୍ତା ନିର୍ବାଚନରେ ଭୋଟଦାନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply