ଲାଞ୍ଚ ନେଇ ବନବିଭାଗ କର୍ମଚାରୀ ଗିରଫ

0

କନ୍ଧମାଳ: ଲାଞ୍ଚ ନେଉଥିବା ବେଳେ ଜଣେ ବନବିଭାଗ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଟିକାବାଲି ରେଞ୍ଜର ଶଙ୍କରାଖୋଲ ବିଟ୍ ର ବନବିଭାଗ କର୍ମଚାରୀ ମନୋରଞ୍ଜନ ଅମାତ । ସେ ସେହି ଅଞ୍ଚଳର ଶ୍ରୀମୁଖ କହଁରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ବନବିଭାଗର ବିନା ଅନୁମତିରେ ଜଙ୍ଗଲରୁ ପଥର ଆଣି ଶ୍ରୀମୁଖ କହଁର ନିଜର ଏକ କୂଅଁ ନିର୍ମାଣ କରିଥିଲେ । ଏହି ମାମଲାର ରଫାଦଫା ପାଇଁ ମନୋରଞ୍ଜନ ତାଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଶ୍ରୀମୁଖ କହଁର ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ । ପୂର୍ବରୁ ଶ୍ରୀମୁଖ କହଁର ୩ ହଜାର ଟଙ୍କା ଦେଇ ସାରିଥିବା ବେଳେ ଆଜି ବାକି ଟଙ୍କା ଆଜି ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।

Leave A Reply