ଅଟ୍ଟାଳିକାରେ ନିଆଁ ଲାଗି ଜଣେ ମୃତ

ମୁମ୍ବଇ : ମୁମ୍ବଇର କୋଲାବା ମୌରୀ ୱେଦର ରାସ୍ତା ନିକଟରେ ଥିବା ଚର୍ଚିଲ ଚେମ୍ବର ଅଟ୍ଟାଳିକାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୬ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଅଗ୍ନିକାଣ୍ଡରେ କିଛି ​ଲୋକ ଫସି ରହିବା ଆଶଙ୍କା କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଏହି ଅଟ୍ଟାଳିକା ନିକଟରେ ଏକ ପ୍ରତିଷ୍ଠିତ ତାଜମହଲ ପ୍ୟାଲେସ ହୋଟେଲ ରହିଥିବାରୁ ନିଆଁ ବ୍ୟାପିବାର ଆଶଙ୍କା କରାଯାଉଛି।

Comments are closed.