ବ୍ରେଡ଼ ମାଲପୁଆ

0

ଆବଶ୍ୟକ ସାମଗ୍ରୀ:
ପାଉଁରୁଟି- ୪ଟି
ଚିନି- ୧ କପ୍‍
ପେସ୍ତା ବାଦାମ- ୭ ରୁ ୮ଟି
ବାଦାମ- ୭ ରୁ ୮ଟି
ଫଳ ରଙ୍ଗ- ଆବଶ୍ୟକ ଅନୁଯାୟୀ
ଘିଅ- ଆବଶ୍ୟକ ଅନୁଯାୟୀ
ରାବିଡ଼ି


ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ପାଉଁରୁଟିକୁ ମଝିରୁ ଗୋଲ କରି କାଟି ଦିଅନ୍ତୁ। ଅଳ୍ପ ଆଞ୍ଚରେ ଗୋଟିଏ ପାତ୍ରରେ ପାଣି ଓ ଚିନି ନେଇ ଫୁଟାନ୍ତୁ। ଚିନି ଶୀରା ପ୍ରସ୍ତୁତ ହୋଇଗଲା ପରେ ସେଥିରେ ପେସ୍ତା ବାଦାମ,ବାଦାମ ଓ ଫଳ ରଙ୍ଗ ମିଶାନ୍ତୁ। ତାପରେ ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲା ପରେ କଟା ହୋଇଥିବା ପାଉଁରୁଟିକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ତାପରେ ପାଉଁରୁଟିକୁ ବାହାର କରି ପାତ୍ରରେ ରଖି ଦିଅନ୍ତୁ। ଛଣା ହୋଇଥିବା ପାଇଁରୁଟିକୁ ଚିନି ଶୀରାରେ କିଛି ସମୟ ପର୍ଯ୍ୟନ୍ତ ବୁଡ଼ାଇ ବାହାର କରିଦିଅନ୍ତୁ। ମାଲପୁଆ ଉପରେ କାଜୁ,କେସର ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରେଡ଼ ମାଲପୁଆ।

 

Leave A Reply