ବଡ଼ଯୋବ ରାସ୍ତାରେ ପଡିଛି ୨ ବାଇକ, ଗୁଳି ଓ ମାଉଜର

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସହରରେ ମଙ୍ଗଳବାର ଘଟିଥିବା ଗୁଳିକାଣ୍ଡରେ ଜଣେ ଯୁବକ ମଣ୍ଟୁ ଘୋଷର ମୃତ୍ୟୁ ଘଟିଛି । ହେଲେ ବୁଧବାର ସକାଳୁ ରାଣୀବନ୍ଧ-ବଡ଼ଯୋବ ରାସ୍ତାର ଛେଳିକୋଠି ନିକଟରେ ରହସ୍ୟମୟ ଭାବେ ରାସ୍ତାରେ ରକ୍ତ ଛିଟା ପଡିଛି, ୨ ବାଇକ, ୫ ଟି ଜୀବନ୍ତ ଗୁଳି, ୨ ମାଉଜର । ହେଲେ କେହି ବ୍ୟକ୍ତି ସେଠାରେ ଉପସ୍ଥିତ ନାହାନ୍ତି। କିଛି ଲୋକେ ପ୍ରାତଃ ଭ୍ରମଣ ସମୟରେ ଏହା ଦେଖିବାକୁ ପାଇଥିଲେ। ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ବ୍ରଜରାଜନଗର ମୁଖ୍ୟ ମାର୍କେଟରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ମଣ୍ଟୁ ଘୋଷ ନାମଙ୍କ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମଣ୍ଟୁ ମୁଣ୍ଡରେ ୨ରାଉଣ୍ଡ ଗୁଳିବାଜିଥିଲା। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିଲା । ମଣ୍ଟୁ ନାଁରେ ବିଭିନ୍ନ ପୁଲିସ ଥାନାରେ ବହୁ ଅପରାଧିକ ମାମଲା ରହିଛି । ମଣ୍ଟୁ ଘୋଷ, ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ  ବୋଲି ଜଣାପଡ଼ିଛି।

Comments are closed.