ବିଷ ପିଇ ପ୍ରାଣ ହରାଇଲେ ଯୁବକ-ଯୁବତୀ

ସୋନପୁର : ସୋନପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ବିଲାରଙ୍ଗା ଗ୍ରାମର ଦୁଇ ଯୁବକ-ଯୁବତୀ ଗୁରୁବାର ବିଷ ପିଇ ପ୍ରାଣ ହରାଇଛନ୍ତି। ଏ ଦୁହେଁ ପ୍ରେମୀଯୁଗଳ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ଗୁରୁବାର ସକାଳେ ସେମାନେ କୌଣସି କାରଣରୁ ବିଷ ପିଇ ଦେଇଥିଲେ। ସେମାନଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁହେଁ ପ୍ରାଣ ହରାଇଥିଲେ। ତେବେ ପ୍ରେମ ବ୍ୟାପାରକୁ ନେଇ ଦୁହେଁ ବିଷପାନ କରିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Comments are closed.