୧୧ଦିନ ପରେ ଦିଶିଲା ଜଣଙ୍କ ଶବ

0

ବୋରିଗୁମ୍ମା : କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବୋରିପୁଟ ଅଞ୍ଚଳରେ ପାହାଡ଼ ଧସି ପଥର ତଳେ ଦୁଇ ଜେସିବି ଅପରେଟର ଚାପି ହୋଇଯିବା ଘଟଣାରେ ଉଦ୍ଧାରକାରୀ ଦଳଙ୍କୁ ସାମାନ୍ୟ ସଫଳତା ମିଳିଛି। ୧୧ଦିନ ପରେ ଆଜି ଜଣକର ଶବ ଦିଶିଥିବାବେଳେ ଆଉ ଜଣକର ପତ୍ତା ମିଳିନାହିଁ।
ଦୁର୍ଘଟଣାର କିଛିଦିନ ପରେ ଗୋଟିଏ ଜେସିବିକୁ ଉଦ୍ଧାର କରାଯାଇଥିବାବେଳେ ୧୦ଦିନ ପରେ ଦ୍ୱିତୀୟ ଜେସିବିଟି ପଥର ତଳେ ଚାପି ହୋଇ ରହିଥିବା ଦେଖିଥିଲେ ଉଦ୍ଧାରକାରୀ ଦଳ। ଆଜି କୌଣସି ବିସ୍ଫୋରଣ କରାଯାଇ ନ ଥିବାବେଳେ କିଛି ପଥର ହଟାଯାଇଥିଲା। ଫଳରେ ଫସି ରହିଥିବା ଜେସିବିରେ ଜଣକର ମୃତଦେହ ଦେଖିବାକୁ ମିଳିଥିଲା।

Leave A Reply