ପୁଅ ଓ ଝିଅଙ୍କ ଗହଣରେ ଜନ୍ମ ଦିନ ପାଳିଲେ ବୋନି କାପୁର

0

ମୁମ୍ବାଇ: ଆଜି ହେଉଛି ପ୍ରଯୋଜକ ତଥା ଅଭିନେତା ବୋନି କାପୁରଙ୍କ ଜନ୍ମ ଦିନ । ଏହି ଅବସରରେ ବୋନି କାପୁରଙ୍କ ନିକଟରେ ତାଙ୍କ ପୁଅ, ଝିଅ ଓ କାପୁର ପରିବାର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । ପରିବାର ବର୍ଗଙ୍କ ଗହଣରେ ବୋନି କାପୁର ୬୩ ତମ ଜନ୍ମ ଦିବସ ପାଳନ କରିଛନ୍ତି । ବୋନି କାପୁରଙ୍କ ଜନ୍ମ ଦିନ ପାଳନର ଏକ ଫଟୋ ଭାଇ ସଞ୍ଜୟ କାପୁର ଟ୍ବୁଟରେ ସେୟାର କରିଛନ୍ତି । ଏହି ବୋନିଙ୍କ ପାଖରେ ସଞ୍ଜୟ କପୁର, ଖୁସୀ, ଜାହ୍ନବୀ, ଅର୍ଜୁନ, ଅଂଶୁଲା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଛନ୍ତି । ଫଟୋରେ ସମସ୍ତଙ୍କ ଚେହେରାରେ ଖୁସି ରହିଥିବା ନଜର ଆସିଛି । ହେଲେ ଏସବୁ ମଧ୍ୟରେ ପତ୍ନୀ ଶ୍ରୀଦେବୀଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି ବୋନି କାପୁର ।

 

Leave A Reply