ତିନି ବର୍ଷର ଝିଅ ପାଟି ଭିତରେ ଫୁଟିଲା ବମ୍‍, ଯୁବକ ଫେରାର

0

ମିରଟ: ଜଣେ ତିନି ବର୍ଷର ଝିଅ ପାଟିରେ ସୁତୁଲି ବମ୍‍ ପୁରାଇ ନିଆଁ ଲଗାଇ ଦେଇଛି ଜଣେ ଯୁବକ। ଏହାପରେ ଯୁବକ ଜଣକ ଫେରାର ହୋଇଯାଇଛି। ଶିଶୁର ଅବସ୍ଥା ଗୁରୁତର ଅଛି। ତାକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ବର୍ବର ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟ ସହରରେ।
ଶିଶୁର ବାପାଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ହରପାଲ୍‍ ନାମକ ଜଣେ ଯୁବକ ତା ପାଟିରେ ଜୋରଜବରଦସ୍ତ ଏକ ସୁତୁଲି ବୋମା ଭର୍ତ୍ତି କରି ନିଅାଁ ଲଗାଇ ଦେଇଥିଲା। ଶିଶୁର ପାଟିରେ ପ୍ରାୟ ୫୦ଟି ଷ୍ଟିଚ୍‍ ପଡ଼ିଛି। ଗଳା ସଂକ୍ରମିତ ହୋଇଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply