ଔଷଧ ଓ ମିଠା ଦୋକାନ ଉପରେ ପଡିଲା ବୋମା

0

ନେମାଳ : ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ସେକ୍‍ସନ ବଜାର ନିକଟ ଏକ ଔଷଧ ଦୋକାନ ଓ ମିଠା ଦୋକାନ ଉପରେ କେହି ଦୁର୍ବୃତ୍ତ ବୁଧବାର ସଂନ୍ଧ୍ୟାରେ ବୋମା ପକାଇ ପଳାଇ ଯାଇଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଉକ୍ତ ଘଟଣା ସମ୍ପର୍କରେ ନେମାଳ ଥାନା ପୁଲିସ ଖବର ପାଇ ତନାଘନା ଜାରିରଖିଛି। ଖବର ନେବାରୁ ଜଣାପଡେ ୪ ରୁ ୫ ଜଣ ଦୁର୍ବୃତ୍ତ ବାଇକ ଯୋଗେ ସେକ୍‍ସନ ବଜାରକୁ ଆସି ସୋନାଲି ମେଡିସିନ ଷ୍ଟୋର ଓ ନାରାୟଣୀ ମ୍ରିନ ଭଣ୍ଡାର ଉପରେ ବୋମା ପକାଇ ଅନ୍ୟତ୍ର ରାସ୍ତା ଉପରେ ପ୍ରାୟ ୮ଟି ବୋମା ପକାଇ ଆତଙ୍କ ଖେଳାଇ ଚାଲିଯାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ କୈାଣସି ସତ୍ୟାସତ୍ୟ ଖବର ଜଣାପଡି ନଥିବା ବେଳେ ପୂର୍ବ ସତୃତା ହେଉ କିମ୍ବା ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଏଭଳି ଘଟଣା ଦୁର୍ବୃତ୍ତ ମାନେ ଘଟାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply