ବୋଲ୍‍ଟଙ୍କ ୯ମ ଅଲିମ୍ପିକ୍‍ ସ୍ୱର୍ଣ୍ଣ ପଦକ ଆଶା ମଉଳିଲା

0

ଲୁସାନେ (ସ୍ୱିଜରଲାଣ୍ଡ) :  ବିଶ୍ୱ ତଥା ଜାମାଇକାର ଦ୍ରୁତ  ଧାବକ ଉସୈନ ବୋଲ୍‍ଟଙ୍କର ୯ମ ଅଲିମ୍ପିକ୍‍ ସ୍ୱର୍ଣ୍ଣ ପଦକ  ଫେରିପାଇବା ଆଶା ମଉଳି ଯାଇଛି। ୨୦୦୮ ବେଜିଂ ଅଲିମ୍ପିକ୍ସରେ ଜାମାଇକାର ୪ ଗୁଣା ୧୦୦ ମିଟର ରିଲେ ଦଳ ସ୍ୱର୍ଣ୍ଣପଦକ ଜିତିଥିଲା। ୩୭.୧୦ ସେକେଣ୍ଡରେ ଏହି ରେସ୍‍କୁ ସମ୍ପୂର୍ଣ୍ଣକରି ଜାମାଇକା ଦଳ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଥିଲା। ତେବେ ଏହାର ୮ ବର୍ଷ ପରେ ଜଣା ପଡ଼ିଥିଲା ଯେ ସେହି ଦଳରେ ଥିବା ଧାବକ ନେଷ୍ଟା କାର୍ଟର ଡୋପ୍‍ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ଆନ୍ତର୍ଜାତିକ ଅଲିମ୍ପିକ୍‍ କମିଟି (ଆଇଓସି) କାର୍ଟରଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହ ଜାମାଇକା ଜିତିଥିବା ସ୍ୱର୍ଣ୍ଣପଦକକୁ ପ୍ରତ୍ୟାହାର କରି ନିଆ ଯାଇଥିଲା। ଏହାକୁ କୋର୍ଟ ଅଫ୍‍ ଆର୍ବିଟ୍ରେସନ୍‍ ଫର୍‍ ସ୍ପୋର୍ଟସ (କାସ୍‍)ରେ ଚ୍ୟାଲେଞ୍ଜ୍‍ କରିଥିଲେ କାର୍ଟର। ଗୁରୁବାର କାର୍ଟରଙ୍କ ଏହି ଚ୍ୟାଲେଞ୍ଜ୍‍କୁ କାସ୍‍ ଖାରଜ କରି ଦେଇଛନ୍ତି। ସେହି ରିଲେ ଦଳରେ ଉସୈନ ବୋଲ୍‍ଟ ଥିବାରୁ ତାଙ୍କର ୯ମ ଅଲିମ୍ପିକ୍‍ ସ୍ୱର୍ଣ୍ଣପଦକ  ଆଶା ମଉଳି ଯାଇଛି। ରିଲେ ଦଳରେ ଥିବା ଅନ୍ୟ ଦୁଇ ଧାବକ ହେଲେ ମାଇକେଲ ଫ୍ରେଟର ଓ ଆସାଫା ପୱେଲ।

Leave A Reply