ବୋହୂର ପନିକି ଚୋଟରେ ଶାଶୂ ଗୁରୁତର

0

କେନ୍ଦୁଝର: କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ବୋହୂ ଶାଶୂ ପନିକିରେ ହାଣି ଦେଇଛି। ଫଳରେ ଗୁରୁତର ଅବସ୍ଥାରେ ଶାଶୂ ଜିଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସାଧିନ ଅଛନ୍ତି। ଏହି ଘଟଣାଟି ଜିଲାରେ ଚର୍ଚ୍ଚାର କାରଣ ସାଜିଛି।

ମିଳିଥିବା ସୂଚନା ଅନୁସାରେ ତେଲକୋଇଥାନା ଅର୍ନ୍ତଗତ ଶିରିଗିଡା ଠାରେ ରହୁଥିବା ନରସିଂହ ମହାନ୍ତଙ୍କ ସ୍ତ୍ରୀ ଜେମାମଣି ମହାନ୍ତ ଶୁକ୍ରବାର ସକାଳେ ତାଙ୍କ ନାତୀଙ୍କୁ ଜଳଖିଆ ଖୁଆଉଥିବା ସମୟରେ କିଛି ଖାଦ୍ୟ ତଳେ ପଡିଯାଇଥିଲା। ତଳେ ପଡିଥିବା ଖାଦ୍ୟକୁ ପୁଣି ଉଠାଇ ନେଇ ନାତୀକୁ ଖାଇବାକୁ ଦେବାରୁ ଏହାକୁ ନେଇ ଶାଶୂ ଓ ବୋହୂଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ବୋହୂ ପିଙ୍କି ମହାନ୍ତ ଘରେ ଥିବା ପରିବା କଟା ପନିକିଟିଏ ଆଣି ଶାଶୂ ଜେମାମଣି ମହାନ୍ତଙ୍କ ପିଠି ଓ ହାତକୁ ହାଣି ଦେଇଥିଲେ। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜେମାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି। ଏନେଇ ପିଙ୍କିର ଶଶୂର ନରସିଂହ ମହାନ୍ତ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେଲକୋଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୋହୂକୁ ଅଟକ ରଖିଥିବା ଜଣାପଡିଛି।

Leave A Reply