ବୋଟ୍‍ରେ ଲାଗିଲା ନିଅାଁ: ଅଳ୍ପକେ ବର୍ତ୍ତିଲେ ୧୨୦ ଯାତ୍ରୀ

0

ମାଲକାନଗିରି: ନଦୀ ମଝିରେ ଥିବା ବେଳେ ବୋଟ୍‍ରେ ନିଅାଁ ଲାଗିଯାଇଥିଲା। କିନ୍ତୁ ବୋଟ୍‍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ। ବୋଟ୍‍ରେ ଥିବା ୧୨୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯାତ୍ରୀଙ୍କୁ ନେଇ ଏକ ବୋଟ୍‍ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀସ୍ଥିତ ପାପିକୁଣ୍ଡଳମ୍‍ ନାମକ ତୀର୍ଥସ୍ଥଳୀକୁ ଯାଉଥିଲା। କିଛି ବାଟ ଯିବା ପରେ ହଠାତ୍‍ ବୋଟ୍‍ରେ ନିଅାଁ ଲାଗିଯାଇଥିଲା। ବୋଟ ଚାଳକ ଏହା ଜାଣି ପାରି ବୋଟ୍‍କୁ ଧୀରେ ଧୀରେ କୂଳକୁ ନେଇ ଆସିଥିଲେ। କିଛି ସମୟ ପରେ ବୋଟ୍‍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। କିନ୍ତୁ ତା’ ପୂର୍ବରୁ ସମସ୍ତ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ବୋଟ୍‍ର ଇନ୍ଧନ ପାଇଁ ବ୍ୟବହୃତ ଗ୍ୟାସ୍‍ ସିଲିଣ୍ଡରରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଗତ ଗୁରୁବାର ଦିନ ଘଟଣା ଘଟିଥିବା ବେଳେ ଆଜି ସକାଳେ ଏହାର ଚିତ୍ର ଭାଇରାଲ୍‍ ହୋଇଛି।

Leave A Reply