ମହାନଦୀରେ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

0

ମହାକଳାପଡା: ମହାନଦୀରେ ଡଙ୍ଗା ବୁଡି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଥିବା ୬ ବର୍ଷ ଶିଶୁକନ୍ୟା ଶୁଭସ୍ମିତା ସ୍ବାଇଁଙ୍କ ମୃତଦେହ ଉଦ୍ଧାର ଶୁକ୍ରବାର ଓଡ୍ରଫ ଟିମ ଉଦ୍ଧାର କରିଛନ୍ତି । ଏବେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ମୃତଦେହର ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ମେଡିକାଲକୁ ପଠାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ହୁକିଟୋଲା ଦ୍ୱୀପକୁ ନୂଆବର୍ଷ ପାଳନ କରିବା ଲାଗି ବୁଧବାର ସକାଳୁ ଜଗତସିଂହପୁର ଜିଲା ହସିଣା ଗାଁର କୈବର୍ତ୍ତ୍ୟ ସମ୍ପ୍ରଦାୟର ୧୯ଟି ପରିବାର ସେମାନଙ୍କ ଛୁଆପିଲାଙ୍କୁ ଧରି ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥି​‌ଲେ । ସଂଧ୍ୟାରେ ବଣଭୋଜି ସାରି ଆନନ୍ଦ ଉଲ୍ଲାସର ସହ ଫେରୁଥିବାବେଳେ ବତୀଘର ନିକଟ ସାନ ନିପାଣିଆର ଭାନୁ ଗିରିଘାଟ ନିକଟରେ ଅପରପଟୁ ଏକ ମାଛଧରା ବୋଟ୍‍ ଦ୍ରୁତଗତିରେ ଆସୁଥିଲା। କାଳେ ମାଛଧରା ବୋଟ୍‌ଟି ଧକ୍କା ଦେବ ଭାବି ଲୋକମାନେ ଗୋଟିଏ ପଟକୁ ଢଳି ପଡିଥିଲେ। ଫଳରେ ଡଙ୍ଗାଟି ସେଠାରେ ବୁଡ଼ି ଯାଇଥିଲା। ଖବର ପାଇ ସ୍ଥାନୀୟ ସାନ ନିପାଣିଆ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୪୦ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ​ବେଳେ ଜରେ ଶିଶୁକନ୍ୟା ନିଖୋଜ ଥିଲା।

Leave A Reply