ମାଛଧରା ବୋଟ ଦୁର୍ଘଟଣା ଗ୍ରସ୍ତ, ଜଣେ ନିଖୋଜ

0

ଭଦ୍ରକ: ଧାମରା ନିକଟସ୍ଥ ହୁଇଲର ଦ୍ୱୀପ ନିକଟରେ ଏକ ମାଛଧରା ବୋଟ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବୋଟଟି ତେନ୍ତୁଳିଆଚଡାକୁ ଆସୁଥିବା ସମୟରେ କଷାଫଳ ମୁହାଣ ନିକଟରେ ଦୁର୍ଘଟଣା ହୋଇଥିଲା। ଏଥିରେ ଥିବା ୭ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ। ପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ୬ଜଣଙ୍କୁ ଉଦ୍ଧାର କରାଯାଇଛି। ଏଯାବତ୍‍ ଜଣେ ନିଖୋଜ ଥିବା ସୂଚନା ମିଳିଛି। ଧାମରା ମେରାଇନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Leave A Reply