ମୋବାଇଲ ଫାଟି ୩ ଗୁରୁତର

ବିନିକା : ବିନିକାରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ମୋବାଇଲ ଫାଟି ୩ଜଣ ବାଳକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲ୍ଲି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ବିନିକା ଅନ୍ତର୍ଗତ ଡୁଙ୍ଗୁରିପାଲ୍ଲୀର ଅଡାକଷା ଗ୍ରାମର ୩ଜଣ ବାଳକ ମୋବାଇଲରେ ଖେଳୁଥିଲେ। ସେହି ସମୟରେ ମୋବାଇଲଟି ହଠାତ୍‌ ଫାଟି ଯାଇଥିଲା। ତେବେ ଗୁରୁତର ୩ଜଣଙ୍କ ପରିଚୟ ମିଳି ନ ଥିବା ଜଣାପଡିଛି।

Comments are closed.