ବୋଧଗୟା ସିରିଜ ବିସ୍ଫୋରଣରେ ୫ଜଣ ଦୋଷୀ ସାବ୍ୟସ୍ତ

0

ପାଟନା: ସ୍ୱତନ୍ତ୍ର ଏନଆଇଏ କୋର୍ଟ ଶୁକ୍ରବାର ଭାରତୀୟ ୫ ଇଣ୍ଡିଆନ ମୁଜାହିଦ୍ଦନ ଆତଙ୍କବାଦୀଙ୍କୁ ବୋଧଗୟା ସିରିଏଲ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ କରିଛି। ସ୍ୱତନ୍ତ୍ର ଏନଆଇଏ କୋର୍ଟ ବିଚାରପତି ମନୋଜ କୁମାର ସିହ୍ନା ତାଙ୍କ ରାୟରେ ଇମତିଆଜ ଅନସାରୀ, ହାଇଦର ଅଲ୍ଲୀ, ମୁଜିବ ଉଲ୍ଲା, ଓମର ସିଦିକି ଓ ଆଜାରୁଦ୍ଦିନ କ୍ୱୁରେସିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩୧ମେରେ ଉପରୋକ୍ତ ଦୋଷୀଙ୍କୁ ଦଣ୍ଡିତ କରାଯିବ। ୨୦୧୩ଜୁଲାଇ ୭ରେ ପର୍ଯଟକଙ୍କ ସହର ଭାବରେ ବିଖ୍ୟାତ ବୋଧଗୟାରେ ଧାରାବାହିକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏକାଧିକ ବୈଦ୍ଧ ଭିକ୍ଷୁଙ୍କ ସମେତ ଏକାଧିକ ଲୋକ ଗୁରୁତର ଆହତ ହୋଇଥିଲେ। ୭ଜୁଲାଇ ସକାଳେ ସମଗ୍ର ସହରର ବିଭିନ୍ନ ସ୍ଥାନରେ ମୋଟ୍‍ ୧୦ଟି ବିସ୍ଫୋରଣ ହୋଇଥିଲା। ସେଗୁଡ଼ିକ ମଧ୍ୟରୁ ୭ଟି କେବଳ ମହାବୈଧି ମନ୍ଦିରର ଆଭ୍ୟନ୍ତରୀଣ ପରିସରରେ ହୋଇଥିଲା। ଏହି ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଇଦର ଅଲ୍ଲୀ ଓରଫ ବ୍ଲାକ ବ୍ୟୁଟି ନାମରେ ପରିଚିତ।

Leave A Reply