ବିସ୍ପୋରଣରେ ତିନି ଶ୍ରମିକ ମୃତ

0

ନବରଙ୍ଗପୁର:  ନବରଙ୍ଗପୁରରେ ବିସ୍ପୋରଣ ଘଟି ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।  ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ଡାଙ୍ଗ୍ରୀପଡା  ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ମୃତକମାନଙ୍କ ମଧ୍ୟରେ ଲାଲମାଟି ଗ୍ରାମର ଗୁଡୁ ଗଣ୍ଡ, ମାରଙ୍ଗ ପଲ୍ଲୀର ଦାଶରଥୀ ଜାନି ଓ ଭରତ ଜାନି  ଅଛନ୍ତି । ରାତି ହୋଇଥିବାରୁ ଓ ଏହି ଅଞ୍ଚଳରେ ଗମନା ଗମନର ବିଶେଷ ସୁବିଧା ନଥିବାରୁ ଘଟଣା ବିଷୟରେ ସବିଶେଷ ସୂଚନା ମିଳି ପାରି ନାହିଁ ।

Leave A Reply