ଜଳଖିଆ ଦୋକାନ ଉପରକୁ ବୋମା ମାଡ଼

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ବଡ଼କେଦଣ୍ଡା ଛକରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ଦୋକାନର କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଦୋକାନ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଦୋକାନ ବନ୍ଦ ରହିଥିଲେ ମଧ୍ୟ ଦୁଇଜଣ କର୍ମଚାରୀ ସେଠାରେ ଥିଲେ। ସେହି ସମୟରେ ବୋମା ମାଡ଼ ହେବାରୁ ଜଣେ ଆହତ ହୋଇଥିଲେ। ଘଟଣାକୁ ନେଇ ଦୋକାନ ମାଲିକ ଭଞ୍ଜନଗର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.