ଗ୍ୟାସ ସିଲିଣ୍ଡର ଫାଟି ସ୍ୱାମୀ ଓ ସ୍ତ୍ରୀ ଗୁରୁତର

0

ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଏକ ଅଘଟଣ ଘଟିଛି । ଗାନ୍ଧିନଗର ତୃତୀୟ ଲାଇନରେ ଗ୍ୟାସ୍ ସିଲିଣ୍ଡର ଫାଟି ସ୍ବାମୀ ସ୍ତ୍ରୀ  ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ହେଲେ ସ୍ବାମୀ ଗୌରାଙ୍ଗ ସାହୁ ଓ ସ୍ତ୍ରୀ  ଶାନ୍ତିଲତା ସାହୁ। ଗୁରୁତର ଗୌରାଙ୍ଗ ଭାରତ ଗ୍ୟାସ କମ୍ପାନୀର ସପ୍ଲାଏର ବୋଲି ଜଣାପଡିଛି । ନିଜ ଘରେ ବେନିୟମ ଗ୍ୟାସ ଫିଲିଙ୍ଗ କରୁଥିବା ବେଳେ ବିସ୍ପୋରଣ ଘଟିଥିବା ଅଭିଯୋଗ ହୋଇଛି।

Leave A Reply