ପଥର ବ୍ଲାଷ୍ଟିଂକୁ ବିରୋଧ କରି ଗ୍ରାମରେ ଉତ୍ତେଜନା

0

ବ୍ରହ୍ମପୁର: ପଥର ବ୍ଲାଷ୍ଟିଂକୁ ବିରୋଧ କରି ହିଞିଳି ଥାନା ଅନ୍ତର୍ଗତ ବାଦି ଆମ୍ବ ଗାଆଁରେ ଉତ୍ତେଜନା ଦେଖିବାକୁ ମିଳିଛି। ଅଭିଭାବକମାନେ ସ୍କୁଲରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି। ଛାତ୍ରଛାତ୍ରୀ ମାନେ ସ୍କୁଲ ବାହାରେ ବସି ରହିଛନ୍ତି। ଗତ କିଛି ଦିନ ହେଲା ଗ୍ରାମବାସୀମାନେ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନକୁ ଅବଗତ କରାଇବା ସତ୍ତେ୍ୱ କୌଣସି ସୁଫଳ ମିଳି ନଥିଲା। ତେଣୁ ଆଜି ଗ୍ରାମବାସୀ ଆନ୍ଦେଳନ କରିଛନ୍ତି। ପଥର ବ୍ଲାଷ୍ଟିଂ ନିକଟରେ ସ୍କୁଲ ଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Leave A Reply