ପୂଜାମଣ୍ଡପରେ ବିଶ୍ଵ ନବନିର୍ମାଣ ଆଧ୍ୟାତ୍ମିକ ପ୍ରଦର୍ଶନୀ

ଜଗତପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଆନୁକୂଲ୍ୟରେ ଜଗତପୁର ମହାନଦୀ ବ୍ୟାରେଜ ଦୁର୍ଗା ପୂଜାମଣ୍ଡପରେ ବିଶ୍ଵ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ରପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି। ଚିତ୍ର ମାଧ୍ୟମରେ ମନୁଷ୍ୟର ଚରିତ୍ର ନିର୍ମାଣ ସମ୍ବନ୍ଧରେ ଦିବ୍ୟଜ୍ଞାନ ଶିକ୍ଷା ବେଶ ପ୍ରଶଂସନୀୟ କାର୍ଯ୍ୟ ବୋଲି ବୁଦ୍ଧିଜୀବୀ ମାନେ ଅନୁଭବ କରିଛନ୍ତି । ମାଆଙ୍କ ନିକଟକୁ ପୂଜା କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଚିତ୍ରପ୍ରଦର୍ଶନୀ ବୁଲି ଦେଖୁଛନ୍ତି। ଵ୍ରକୁ ଭାଇ ଭଉଣୀମାନେ ମନୁଷ୍ୟର ଚରିତ୍ର ନିର୍ମାଣ ସଂପର୍କରେ ଶ୍ରଦ୍ଧାଳୁମାନଙ୍କୁ ବୁଝାଉଛନ୍ତି।

ଉଦଘାଟନୀ କାର୍ଯ୍ୟକ୍ରମରେ ଵ୍ରକୁ ଗୀତାଞ୍ଜଳୀ, ଵ୍ରକୁକୃଷ୍ଣ।, ପୂଜାକମିଟିର ସଦସ୍ୟ ଧିରେନ୍ଦ୍ର ମହାନ୍ତି, ବିଜୟ କୁମାର ମିଶ୍ର, କିଶୋର ଚନ୍ଦ୍ର ଦାଶ,କମଳାକାନ୍ତ ରଥ,ଦିଲୀପ ସ୍ବାଇଁ ପଞ୍ଚାନନ ଓଝା, ଭାଗ୍ୟଧର ସ୍ବାଇଁ, ଅମୁଲ୍ୟ ଦାସ, ତୁଷାର ମହାପାତ୍ର ପ୍ରମୁଖ ପ୍ରଦର୍ଶନୀର ଉଦଘାଟନରେ ସହଯୋଗ କରିଥିଲେ।  ଏହି ଦିବ୍ୟଜ୍ଞାନ ସମ୍ବଳିତ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଦଶହରା ପର୍ଯ୍ୟନ୍ତ ପ୍ରତ୍ୟହ ପ୍ରାତଃ ୧୦ ଘଟିକାରୁ ରାତ୍ରି ୯ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ। ସ୍ଥାନୀୟ ଆଧ୍ୟାତ୍ମିକ ପ୍ରେମୀ ଜନସାଧାରଣଙ୍କୁ ଏହି ପ୍ରଦର୍ଶନୀ ଦେଖିବା ପାଇଁ ଅନୁଷ୍ଠାନ ତରଫରୁ ଵ୍ରକୁ ଅମୂଲ୍ୟ ଦାସ ଅନୁରୋଧ କରାଯାଇଛି।

Comments are closed.