ବିଜେପି ୱେବ୍‍ସାଇଟ୍‍ ହ୍ୟାକ୍‍ କଲେ ପାକ୍‍ ହ୍ୟାକର୍ସ: ଲେଖିଲେ ମୋଦୀ ବିରୋଧୀ ଅପଶବ୍ଦ

ନୂଆଦିଲ୍ଲୀ : ବିଜେପିର ଦିଲ୍ଲୀ ୟୁନିଟ୍‍ ୱେବ୍‍ସାଇଟ୍‍କୁ ଶନିବାର ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାକର୍‍ମାନଙ୍କ ଦ୍ୱାରା ହ୍ୟାକ୍‍ କରାଯାଇଛି। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରିଛନ୍ତି। ମହମ୍ମଦ ବିଲାଲ ଟିମ୍‍(ପିସିଇ) ହ୍ୟାକର୍ସ ନାମକ ଗ୍ରୁପ୍‍ ଏହି ୱେବ୍‍ସାଇଟ୍‍ ହ୍ୟାକ୍‍ କରିଥିବା ଜଣାପଡ଼ିଛି। ୱେବ୍‍ସାଇଟ୍‌ରେ ଏହା ମଧ୍ୟ ଲେଖା ହୋଇଛି ଯେ, ‘ମୁଁ ବହୁତ ମିଛ କହିପାରେ, କ’ଣ ମୋତେ ମଧ୍ୟ ଅଭିନନ୍ଦନ ଭଳି ବୀର ଚକ୍ର ମିଳି ପାରିବ।’

ୱେବ୍‍ ପେଜ୍‍ ସ୍କ୍ରିନ୍‌ରେ catch.if.you.can@hotmail.com ନାମକ ଇମେଲ୍‍ ଆଇଡି ଦେଖିବାକୁ ମିଳିଛି। ଏହାସହିତ ହ୍ୟାକର୍‍ମାନେ ୱିଙ୍ଗ୍‍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଏଡିଟ୍‍ କରାଯାଇଥିବା ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। କିଛି ପୁଲିସ କର୍ମଚାରୀଙ୍କ ଫଟୋ ପୋଷ୍ଟ କରାଯାଇ ଲେଖାହୋଇଛି, ‘୨୭ ଫେବୃଆରୀ ମନେ ଅଛି ତ?’ ସୂଚନାଯୋଗ୍ୟ, ୨୭ ଫେବୃଆରୀରେ ପାକିସ୍ତାନୀ ସେନା ମିଗ୍‍ ଭାରତୀୟ ଯୁଦ୍ଧ ବିମାନ ଖସାଇଥିଲା। ପୂର୍ବରୁ ଚଳିତ ବର୍ଷ ମେ’ ମାସରେ ମଧ୍ୟ ଦିଲ୍ଲୀ ବିଜେପି ୟୁନିଟ୍‍ର ୱେବ୍‍ସାଇଟ୍‍ ହ୍ୟାକ୍‍ କରାଯାଇଥିଲା।

Comments are closed.