ଜାମ୍ମୁ-କାଶ୍ମୀରରେ ସ୍ଥିର ସରକାର ଗଢ଼ିବୁ: ରାମମାଧବ

0

ଜାମ୍ମୁ : ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢିବ ବୋଲି ବିଜେପି ସାଧାରଣ ସମ୍ପାଦକ ରାମ ମାଧବ ରବିବାର କହିଛନ୍ତି। ଦଳ ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଦେବ। ନିର୍ବାଚନ ପରେ ରାଜ୍ୟରେ ବିଜେପି ନେତୃତ୍ବରେ ଏକ ସ୍ଥିର ସରକାର ଗଠନ ହେବ। ସରକାର ଗଠନ ପାଇଁ ବିଜେପି ଏହାର କିଛି ସହଯୋଗୀଙ୍କ ସହାୟତା ନେଇପାରେ। ତେବେ ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ କୌଣସି ସମ୍ଭାବନା ନାହିଁ। ନିର୍ବାଚନରେ ବିଜେପି ଏକକ ବୃହତ ଦଳ ଭାବେ ଉଭା ହେବା ନିଶ୍ଚିତ ବୋଲି ସେ କହିଛନ୍ତି। ଜାମ୍ମୁ-କାଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଜାରି ରହିଥିବାବେଳେ ଆଗାମୀ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ସ୍ଥିର କରିଛନ୍ତି।

Leave A Reply