୨୦୧୯ ନିର୍ବାଚନ : ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ଘୋଷଣା ପାଇଁ ବିଜେପିର ଦାବି

0

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ସମଗ୍ର ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ଘୋଷଣା କରିବା ପାଇଁ ବିଜେପି ଦାବି କରିଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିଦଳ ବୁଧବାର ଅପରାହ୍ନରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ ପ୍ରସାଦ କହିଛନ୍ତି, ସମଗ୍ର ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ଘୋଷଣା କରିବା ପାଇଁ ତାଙ୍କ ଦଳ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି। କଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ନିର୍ବାଚନ ଦାୟିତ୍ୱରୁ ବିଦାକରିବା ପାଇଁ ମଧ୍ୟ ବିଜେପି ଦାବି କରିଛି। ଶ୍ରୀ ପ୍ରସାଦ କହିଛନ୍ତି, ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ସତ୍ତ୍ବେ ମଙ୍ଗଳବାର ଅହମ୍ମଦାବାଦଠାରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ସତ୍ୟାସତ୍ୟର ପରୀକ୍ଷା ନ କରି ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି।

Leave A Reply