ବିଜେପିର ‘ସମ୍ପର୍କ ଫର ସମର୍ଥନ’ କାର୍ଯ୍ୟକ୍ରମକୁ ଶିବସେନାର ବିରୋଧ

0

ଲକ୍ଷ୍ନୌ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ସହ ଯୋଡି ହେବା ଲାଗି ବିଜେପି ଆରମ୍ଭ କରିଥିବା ନୂଆ ଯୋଜନା ‘ସମ୍ପର୍କ ଫର ସମର୍ଥନ’କୁ ଶିବସେନା ବିଦ୍ରୂପ କରିଛି। ବୁଧବାର ଶିବସେନା ଏହାର ମୁଖପତ୍ର ‘ସାମ୍‍ନା’ରେ ଉଲ୍ଲେଖ କରିଛି ଯେ ପ୍ରଧାନମନ୍ତ୍ରୀ ବିଦେଶ ଯାଇ ନେତାଙ୍କୁ ଭେଟୁଥିବାବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଦେଶ ଭିତରେ ଲୋକଙ୍କୁ ଭେଟୁଛନ୍ତି। ବିଜେପି ଅନେକ ଉପନିର୍ବାଚନରେ ପରାସ୍ତ ହେବା ପରେ ଏପରି ନୂଆ ଯୋଜନା ଆରମ୍ଭ କରିଛି। ବିଜେପି କ୍ଷମତାକୁ ଆସିବା ପରେ ଲୋକଙ୍କ ସହିତ ଯୋଗାଯୋଗ କରିବା ଭୁଲି ଯାଇଥିଲା। ଏବେ ନିର୍ବାଚନ ପାଖେଇ ଆସିବାରୁ ଦଳ ଲୋକଙ୍କ କଥା ମନେପକାଇଛି।

Leave A Reply