ବିଜେପିରୁ ଇସ୍ତଫା ଦେଲେ ଦଳିତ ସାଂସଦ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାହାରିଚ୍‍ ସାଂସଦ ତଥା ବିଜେପିର ଦଳିତ ନେତ୍ରୀ ସାବିତ୍ରୀ ବାଇ ଫୁଲେ ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ ବିଜେପି ବିରୋଧରେ ବିଷୋଦ୍‍ଗାର କରିଛନ୍ତି। ବିଜେପି ସମାଜକୁ ବାଣ୍ଟିବାକୁ ଚେଷ୍ଟା କରୁଛି, ତେଣୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି।
ପ୍ରକାଶଯୋଗ୍ୟ ଯେ ପ୍ରଭୁ ହନୁମାନଙ୍କ ଜାତିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉପରେ ସାବିତ୍ରୀ ବାଇ ଫୁଲେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ରାମ ମନ୍ଦିର ପ୍ରସଙ୍ଗ କେବଳ ଦେଶରେ ୩% ବ୍ରାହ୍ମଣଙ୍କ ପାଇଁ ରୋଜଗାରର ମାଧ୍ୟମ। ହନୁମାନଜୀ ମନୁବାଦୀଙ୍କ ଗୁଲାମ ଥିଲେ।
ଫଳରେ ସାବିତ୍ରୀ ବାଇ ଫୁଲେ ବିଜେପିରେ ସନ୍ତୁଷ୍ଟ ନାହାନ୍ତି ଓ ସେ ଖୁବଶୀଘ୍ର ଏଭଳି କିଛି ପଦକ୍ଷେପ ନେଇପାରନ୍ତି ବୋଲି ଆଲୋଚନା ହେଉଥିଲା। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗୁରୁବାର ସେ ଦଳରୁ ଇସ୍ତଫା ଦେଇଛନ୍ତି।

Leave A Reply