ଓଡ଼ିଶାର ୧୦୦ ବିଧାନ ସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ

0

ଭୁବନେଶ୍ୱର ..-  ଦେଶର ୧୮୪ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ବିଜେପି ପକ୍ଷରୁ ଓଡ଼ିଶାର ୧୦୦ ବିଧାନସଭା ଆସନପାଇଁ ପାର୍ଥୀ ତାଲିକା ଘୋଷଣ କରାଯାଇଛି । ଏଥିରେ  ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ନାମ ମଧ୍ୟ ସାମିଲ କରାଯାଇଛି । ପ୍ରକାଶ ବେହେରାଙ୍କୁ ସାଲେପୁରରୁ ପ୍ରାର୍ଥୀ କରାଯାଇଥିବା ବେଳେ ଦାମୋଦର ରାଉତଙ୍କୁ  ବାଲିକୁଦା ଏରସମା, କୁସୁମ ଟେଟେଙ୍କୁ ସୁନ୍ଦରଗଡ ଓ କେ ନାରାୟଣ ରାଓଙ୍କୁ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରାଯାଇଛି ।

ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଏକାମ୍ରରୁ ବାବୁ ସିଂ, ବ୍ରଜରାଜ ନଗରରୁ ରାଧାରାଣୀ ପଣ୍ଡା ନିମାପଡ଼ାରୁ ପ୍ରଭାତୀ ପରିଡ଼ା , ପାଟଣାଗଡ଼ରୁ କେଭି ସିଂହଦେଓ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରୋହିତ,ବାରବାଟୀ-କଟକରୁ ସମୀର ଦେ,କଟକ-ଚୌଦ୍ୱାରରୁ ନୟନ କିଶୋର ମହାନ୍ତି,ରଣପୁରରୁ ସୁରମା ପାଢ଼ୀ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ଚାନ୍ଦବାଲିରୁ ମନମୋହନ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି।

ନିମ୍ନରେ ସମ୍ପୂର୍ଣ୍ଣ ତାଲିକା ଦିଆଯାଇଛି –

Leave A Reply