ଓଡ଼ିଶାର ୧୦ଟି ଲୋକସଭା ଆସନପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ପ୍ରଥମଦଫା ଘୋଷଣା କରାଯାଇଛି ।  ୧୮୪ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କର ନାମ ପ୍ରକାଶ ପାଇଛି ।

ନିକଟରେ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇ ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଆସନରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।

ସେହିପରି  କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ ସୁନ୍ଦରଗଡ, ସଙ୍ଗୀତା ସିଂଦେଓ ବଲାଙ୍ଗୀର , ରୁଦ୍ରାନାରାୟଣ ପାଣି ଢେଙ୍କାନାଳ, ପ୍ରତାପ ଷଡଙ୍ଗୀ ବାଲେଶ୍ୱର, ଅନନ୍ତ ନାୟକ କେନ୍ଦୁଝର, ବଳଭଦ୍ର ମାଝି ନବରଙ୍ଗପୁର, ଅନୀତା ପ୍ରିୟଦର୍ଶିନୀ ଆସ୍କା, ଭୃଗୁ ବକ୍ସିପାତ୍ରା ବ୍ରହ୍ମପୁରରୁ  ବିଜେପିର ଲୋକ ସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।

Leave A Reply