୧୨ ଆସନରେ ପରାଜିତ ହେବା ବିଜେପିକୁ ମହଙ୍ଗା ପଡିଲା

0

ବେଙ୍ଗାଲୁରୁ : ବିଗତ ୧୦ ମଧ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତାର ନିକଟତର ହୋଇଛି। ୨୦୦୮ରେ ସରକାର ଗଠନ ଲାଗି ଦଳ ନିକଟରେ ମାତ୍ର ୩ଟି ଆସନ କମ୍‍ ରହିଥିଲା। ୨୦୧୮ରେ ଦଳ ନିକଟରେ ସରକାର ଗଠନ ଲାଗି ଉଦ୍ଦିଷ୍ଟ କୁହୁକ ସଂଖ୍ୟା ୧୧୨ଠାରୁ ୮ଟି କମ୍‍ ଆସନରେ ଜିତିଛି। ୧୨ଟି ଆସନରେ ଦଳୀୟ ପ୍ରାର୍ଥୀ ମାତ୍ର ୩,୦୦୦ ଭୋଟ୍‍ ବ୍ୟବଧାନରେ ପରାଜିତ ହୋଇଥିବାରୁ ବିଜେପିକୁ ଏବେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ମସ୍କି ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରତାପ ଗୌଡ ମାତ୍ର ୨୧୩ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି। ବିଜେପି ହାରିଥିବା ଅନ୍ୟ ୧୧ଟି ଆସନ ହେଲା ବାଦାମୀ, ଗଡାଗ, ହିରେକେରୁର୍‍, କୁନ୍ଦଗୋଲ, ଶ୍ରୀଙ୍ଗେରି, ୟେଲାପୁର, ଆଠାଣୀ, ବେଲାରୀ, ବିଜୟନଗର, ଝାମକାଡି ଏବଂ ୟେଙ୍କେମାର୍‍ଦି।

Leave A Reply