୨୦୧୯ ନିର୍ବାଚନ ପାଇଁ ବିଜେପିର ନୂଆ ସ୍ଲୋଗାନ ‘ସ୍ୱଚ୍ଛ ନିୟମ, ସଠିକ୍‍ ବିକାଶ’

0

ନୂଆଦିଲ୍ଲୀ : କେନ୍ଦ୍ରରେ ଏନ୍‍ଡିଏ ସରକାରଙ୍କ ୪ ବର୍ଷ ପୂର୍ତ୍ତି ସହ ବିଜେପି ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ସରକାରଙ୍କ ଏପର୍ଯ୍ୟନ୍ତ ସଫଳତାର ରିପୋର୍ଟ ପ୍ରକାଶ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ହରାଇ ଶାସନକୁ ଆସିଥିଲା। ସେତେବେଳେ ‘ଆଛେ ଦିନ୍‍ ଆନେ ୱାଲେ ହେ’ ଓ ‘ସବ୍‍କା ସାଥ୍‍ ସବ୍‍କା ବିକାଶ’ ସ୍ଲୋଗାନ ଦେଇ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିପାରିଥିଲା। ମୋଦିଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଇତିମଧ୍ୟରେ ୪ ବର୍ଷ ପୂର୍ତ୍ତି ହୋଇଛି। ସରକାରଙ୍କ ୪ ବର୍ଷ ପୂର୍ତ୍ତି ସହ ବିଜେପି ୨୦୧୯ ଲୋକସଭା ନିର୍ବାଚନ ପାଇଁ ନୂଆ ସ୍ଳୋଗାନରୁ ପ୍ରଚାର ଆରମ୍ଭ କରିଛି। ଏବେ ଦଳ ସରକାରଙ୍କ ସଫଳତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଋଣନୀତି ପ୍ରସ୍ତୁତ କରିଛି। ‘ସବ୍‍କା ସାଥ୍‍ ସବ୍‍କା ବିକାଶ’ ବଦଳରେ ବିଜେପି ଏବେ ‘ସ୍ୱଚ୍ଛ ନିୟମ ଏବଂ ସଠିକ ବିକାଶ’ର ସ୍ଲୋଗାନ ଦେଇଛି। ଏହି ସ୍ଳୋଗାନ ସହ ୨୦୧୯ରେ ପୁଣିଥରେ ମୋଦି ସରକାର’ ସ୍ଲୋଗାନ ଦେଇ ଅମିତ ଶାହା ଜାତୀୟସ୍ତରରେ ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀର ଅଶୋକା ହୋଟେଲଠାରେ ଶାହା ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ରାଜନୀତିର ଚଳଣି ଓ ଚରିତ୍ରକୁ ବଦଳାଇ ଦେଇଛନ୍ତି। ନିଜ ସଫଳ ନେତୃତ୍ୱ ଜରିଆରେ ଗ୍ରାମ ଏବଂ ସହର, କୃଷି ଏବଂ ଉଦ୍ୟୋଗର କିପରି ଏକସଙ୍ଗେ ବିକାଶ କରାଯାଇପାରିବ ତାହା ପ୍ରଧନମନ୍ତ୍ରୀ ସୂଚାଇ ଦେଇଛନ୍ତି। ୪ ବର୍ଷରେ ମୋଦିଙ୍କ ଶାସନର ୪ ବର୍ଷରେ ୨୨ କୋଟି ଲୋକ ଜନକଲ୍ୟାଣକାରୀ ଯୋଜନାର ଲାଭ ପାଇଛନ୍ତି ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଶାହାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତା ରମଣ ‘ବଦଳୁଥିବା ଭାରତର ୪୮ ମାସିଆ ରିପୋର୍ଟ’ ପ୍ରକାଶ କରିଥିଲେ।
୨୦୧୪ରେ ଦେଶର ସ୍ୱଚ୍ଛତା ପରିମାଣ ୩୮% ଥିଲା। ଏବେ ଏହା ବୃଦ୍ଧି ପାଇ ୮୩%ରେ ପହଞ୍ଚିଛି।
ସ୍ୱଚ୍ଛତା ଅଭିଯାନରେ ଦେଶରେ ୭.୨୫ କୋଟି ନୂଆ ଶୌଚାଳୟ ନିର୍ମାଣ କରାଯାଇଛି।
୩.୬ ଲକ୍ଷ ଗ୍ରାମକୁ ‘ମୁକ୍ତାକାଶ ମଳ ମୁକ୍ତ’ ବୋଲି ଘୋଷଣା କରାଯାଇଛି।
୪ ବର୍ଷରେ ୩୧.୫୨ କୋଟି ଜନଧନ ବ୍ୟାଭ୍‍କ ଖୋଲାଯାଇଛି।
୫.୨୨ କୋଟି ପରିବାରଙ୍କୁ ଜୀବନ ବୀମାଭୁକ୍ତ କରାଯାଇଛି।
୨୦୧୩ରୁ ୧୭ ମଧ୍ୟରେ ଜିଡିପି କ୍ଷେତ୍ରରେ ୩୧% ସଂସ୍କାର ଆସିଛି। ବିଶ୍ୱରେ ଜିଡିପି ସଂସ୍କାର ହାର ମାତ୍ର ୪% ରହିଛି।
୧୨ ବର୍ଷରୁ କମ୍‍ ବୟସର ନାବାଳିଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଆଇନରେ ସଂଶୋଧ କରାଯାଇଛି।
କୃଷକଙ୍କ ଆୟକୁ ଦ୍ୱିଗୁଣ କରିବା ପାଇଁ ଅନେକ ଯୋଜନା ଉପରେ ଧ୍ୟାନ ଦିଆଯାଇଛି।

Leave A Reply