୬ ରାଜ୍ୟର ୪୮ ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା; ହିମାଚଳର ହମିରପୁର ଆସନରୁ ଲଢ଼ିବେ ଅନୁରାଗ ଠାକୁର

0

ନୂଆଦିଲ୍ଲୀ: ୬ଟି ରାଜ୍ୟର ୪୮ଟି ଅସାନ ପାଇଁ ବିଜେପି ଶନିବାର ରାତିରେ ପ୍ରାର୍ଥୀ ଘୋଷଣା କରିଛି। ଦଳର ମହାସଚିବ ଜେ.ପି ନଡ୍ଡା ଘୋଷଣା କରିଥିବା ଏହି ପ୍ରାର୍ଥୀ ତାଲିକାରେ ମଧ୍ୟପ୍ରଦେଶର ୧୫ଟି ଆସନ, ଝାଡ଼ଖଣ୍ଡର ୧୦, ଗୁଜରାଟର ୧୫, ହିମାଚଳ ପ୍ରଦେଶ ୪ ଏବଂ କର୍ନାଟକ ଓ ଗୋଆର ୨ଟି ଲେଖାଏ ଆସନ ପାଇଁ ଆଶାୟୀଙ୍କ ନାମ ରହିଛି। ମଧ୍ୟପ୍ରଦେଶର ମୁରୈନାରୁ ନରେନ୍ଦ୍ର ତୋମାର, ଜବଲପୁରରୁ ରାକେଶ ସିଂହଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଝାଡ଼ଖଣ୍ଡର ଦୁମକାରୁ ​‌ସୁନୀଲ ସୋରେନ, ଖୁଣ୍ଟିରୁ ଅର୍ଜୁନ ମୁଣ୍ଡା, ହଜାରିବାରରୁ ଜୟନ୍ତ ସିହ୍ନା ଏବଂ ଗୁଜରାଟର ଜାମନଗରରୁ ପୁନମ ବେନ୍‌ ଓ ଭରୁଚରୁ ମନସୁଖ ଭାଇ ବସାୱା ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ହିମାଚଳ ପ୍ରଦେଶର ହମିରପୁରରୁ ଅନୁରାଗ ଠାକୁର, ସିମଲାରୁ ସୁରେଶ କଶ୍ୟପ, କର୍ନାଟକର କୋଲାରରୁ ମୁନି ସ୍ବାମୀ ଏବଂ ଗୋଆର ଉତ୍ତର ଗୋଆରୁ ଶ୍ରୀପଦ ନାଏକ ଓ ଦକ୍ଷିଣ ଗୋଆରୁ ନରେନ୍ଦ୍ର କେଶବ ସୱାରିକରଙ୍କୁ ବିଜେପି ପ୍ରାର୍ଥୀ କରିଛି।

Leave A Reply