ଆଜି ସନ୍ଧ୍ୟାରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

0

ନୂଆଦିଲ୍ଲୀ: ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଜି (ମାର୍ଚ୍ଚ ୧୬, ଶନିବାର) ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଠକ ପରେ ଲୋକସଭା ନିର୍ବାଚନ ଲାଗି ଦଳ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସମ୍ଭାବନା ରହିଛି। ପ୍ରାର୍ଥୀ ତାଲିକାରେ ଏପ୍ରିଲ ୧୧ ତାରିଖରେ ୯୧ଟି ଲୋକସଭା ଆସନ ଲାଗି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାୟ ସମସ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ଅଧ୍ୟକ୍ଷ ଅମିତ୍‍ ଶାହାଙ୍କ ସମେତ ବିଜେପି.ର ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply