ବିଜେପି ପକ୍ଷରୁ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0

ସୁଆଣ୍ଡୋ ତା : ପୁରୀ ଜିଲା ବିଜେପି ଦଳ ତରଫରୁ ପଦଯାତ୍ରା ପ୍ରସ୍ତୁତି ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସରକାରଙ୍କ ସବୁସ୍ତରରେ ବିଫଳତାକୁ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଜନଜାଗରଣ ପାଇଁ ଏହି ବୈଠକ ହୋଇଥିଲା। ଆସନ୍ତା ପନ୍ଦର ତାରିଖ ଠାରୁ ପଦଯାତ୍ରା ଆରମ୍ଭ କରାଯିବ ବୋଲି ସ୍ଥିର କରାଯାଇଛି । ସତ୍ୟବାଦୀ ସ୍ଥିତ ଦଳୀୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସଭାରେ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜିଲାର ଛଅଟି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ । ଏଥିରେ ରମାରଞ୍ଜନ ବଳିୟାରସିଂହ ଯୁବନେତା ଓମ୍ ପ୍ରକାଶ ମିଶ୍ର, ଗାୟତ୍ରୀ ଦାଶ, କୃଷ୍ଣଚନ୍ଦ୍ର ପଣ୍ଡା, ଆଶ୍ରିତ ପଟ୍ଟନାୟକ, ତୁଷାରକାନ୍ତି ମିଶ୍ର, ଡ,ବିଶ୍ୱନାଥ ରଥ ପ୍ରମୁଖ ନେତାମାନେ ଯୋଗଦାନ କରିଥିଲେ।

Leave A Reply