ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ରେଢାଖୋଲ ବିଜେପିର ଧାରଣା

0

ରେଢ଼ାଖୋଲ: ଗୁରୁବାର ରେଢାଖୋଲ ବିଜେପି ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ଏକ ୧୫ ଦଫା ଦାବୀ ସମ୍ବଳିତ ଦାବୀପତ୍ର ରେଢାଖୋଲ ଏସଡିଏମଓଙ୍କୁ ପ୍ରଦାନ କରାଯାଇଥିଲା । ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଧିକାରୀଙ୍କ ପାଖରେ ଦାବୀ ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସମସ୍ୟାର ସମାଧାନ ହୋଇ ନପାରିବା ଯୋଗୁଁ ବିଜେପି ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି ।

ପ୍ରକାଶ ଥାଉକି ରେଢାଖୋଲ ସହରଟି ଜାତୀୟ ରାଜପଥ ୫୫ର ସମ୍ବଲପୁର ଓ ଅନଗୁଳ ମଧ୍ୟରେ ଅବସ୍ଥିତ । ଏହି ବ୍ୟସ୍ତବହୁଳ ରାଜପଥର ଅନେକ ସମୟରେ ଘଟୁଥିବା ବେଳେ ରେଢାଖୋଲ ଡାକ୍ତରଖାନାହିଁ ଏକମାତ୍ର ଭରସା ହୋଇଥାଏ । ଦାବିପତ୍ରରେ ଦୀର୍ଘ ୧୨ ବର୍ଷରୁ ଖାଲି ପଡ଼ିଥିବା ଭେଷଜ ବିଭାଗର ଡାକ୍ତର ନିଯୁକ୍ତି, ଡେପୁଟେସନରେ ଯାଇଥିବା ଡାକ୍ତରଙ୍କୁ ଫେରାଇ ଦିଆଯାଉ । ୨୪ ଘଣ୍ଟିଆ ନିରାମୟ ସେବା, ଅଲଟ୍ରାସାଉଣ୍ଡ ମେସିନ ସ୍ଥାପନ, ପରିସରରେ ଏକ ଶୌଚାଳୟ, ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟ ଗୁଡ଼ିକୁ ବ୍ୟବହାର ଉପଯୋଗୀ କରିବା, ଶିଶୁରୋଗ ବିଶେଷଜ୍ଞ ନିଯୁକ୍ତି, ସମସ୍ତ ଉପକରଣ ଥାଇ ସୁଦ୍ଧା ପ୍ରସୂତିକାଳୀନ ମହିଳା ଅସ୍ତ୍ରୋପଚାରରୁ ବଞ୍ଚିତ,ଆମ୍ବୁଲାନ୍ସ ପାଇଁ ଚାଳକ ନିଯୁକ୍ତି,ଚିକିତ୍ସାଳୟରୁ ମିଳୁଥିବା ସୁବଧା ସୂଚନ ଫଳକରେ ଲେଖିବା,ରେଢାଖୋଲକୁ ଏକ ଟ୍ରମା ସେଣ୍ଟର ଭାବେ ଘୋଷଣା ଆଦି ୧୫ଟି ଦାବି ଦିଆଯାଇଥିଲା ।

Leave A Reply