ବିଜେପି ମହିଳା ମୋର୍ଚ୍ଚାର ଚୁଡିବନ୍ଧା ଅଭିଯାନ; ବିଜେଡ଼ି ବିଧାୟକଙ୍କ ଗେଟରେ ନାଲି ଚୁଡି

0

ଭୁବନେଶ୍ୱର : ପିପିଲି ପୀଡ଼ିତାକୁ ସଠିକ୍ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚୁଡିବନ୍ଧା ଅଭିଯାନ ଆରମ୍ଭ ହୋଇଛି । ଫଳରେ ବିଜେପି ମହିଳା କର୍ମୀମାନେ କିଛି ବିଜେଡି ବିଧାୟକଙ୍କ ଗେଟରେ ଚୁଡି ବାନ୍ଧିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ନିକଟରେ ଥିବା ଏମ୍‌ଏଲ୍‌ଏ କଲୋନୀ ଭିତରକୁ ପ୍ରବେଶ କରିଥିଲେ । ପୁଲିସ ପକ୍ଷରୁ କଡା ସୁରକ୍ଷା ଦିଆଯାଇ ଥିବା ବେଳେ କର୍ମୀମାନେ ନୂଆ ଏଜି କଲୋନୀ ହୋଇ ମାଛ ମାର୍କେଟ୍‌ ଦେଇ ବିଜେଡ଼ି ବିଧାୟକଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରେ ପୁଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ପରେ ପୁଲିସ କିଛି ବିଜେପି ମହିଳା କର୍ମୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ହେଲେ ଏସବୁ ମଧ୍ୟରେ ମହିଳା ମୋର୍ଚ୍ଚାର କିଛି କର୍ମୀ ବିଜେଡି ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ସମୀର ଦାଶଙ୍କ ଘର ଗେଟ୍‌ରେ ଚୁଡ଼ି ବାନ୍ଧିବାରେ ସଫଳ ହୋଇଛନ୍ତି ।

Leave A Reply