ଓଡ଼ିଶାର ୫ଟି ଲୋକସଭା ଓ ୨୨ଟି ବିଧାନସଭା ଆସନ ପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷିତ

0

ନୂଆଦିଲ୍ଲୀ ..- ୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ପୁରୀ ଲୋକସଭା ଆସନ ପାଇଁ ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରଗଡ ଲୋକସଭା ସୁରେଶ ପୂଜାରୀ, ସମ୍ବଲପୁର ଲୋକସଭା ପାଇଁ  ନୀତେଶ ଗଙ୍ଗଦେବ, କଳାହାଣ୍ଡି ଲୋକସଭା ଆସନ ପାଇଁ  ବସନ୍ତ କୁମାର ପଣ୍ଡା, କୋରପୁଟ ଲୋକସଭା ଆସନ ପାଇଁ ଜୟରାମ ପାଙ୍ଗୀଙ୍କ ନାମ ଘୋଷଣା କରାଯାଇଛି । ସେହପରି ୨୨ଟି ବିଧାନ ସଭା ଆସନପାଇଁ ନାମ ଘୋଷଣ କରାଯାଇଛି । ଦିଗପହଣ୍ଡିରୁ ପିଙ୍କି ପ୍ରଧାନ,ଗୁଣୁପୁରରୁ ଶିଶିର ଗମାଙ୍ଗୋ, ଦେଓଗଡରୁ ସୁବାଷ ପାଣିଗ୍ରାହୀ,ବୀରମହାରାଜପୁରରୁ ରଘୁନାଥ ଜଗଦଲ ପ୍ରମୁଖଙ୍କ ନାମ ରହିଛି ।