ତିତଲି ବିପନ୍ନଙ୍କୁ ସହାୟତା ଦାବିରେ ବିଜେପିର ବ୍ଳକ ଘେରାଉ

0

ମୋହନା : ମୋହନା ବ୍ଳକରେ ବିଗତ ଦିନରେ ତିତିଲି ଦ୍ୱାରା ପ୍ରଭାବିତ ହୋଇଥିବା ବିପନ୍ନ ମାନଙ୍କୁ ସହାୟତା ତଥା ଥଇଥାନ ଦାବିରେ ମୋହନା ବ୍ଲକ ବିଜେପି ପକ୍ଷରୁ ଶନିବାର ବ୍ଳକ ଘେରାଉ କରାଯାଇଥିଲା। ବ୍ଳକ ବିଜେପି ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ସ୍ଥାନୀୟ ଶୀବ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମୋହନା ସହର ପରିକ୍ରମା କରିବା ସହିତ ରାଜ ରାସ୍ତାରେ ଏବଂ ବ୍ଳକ ସମ୍ମୁଖରେ ବିଜେଡି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

ସେମାନଙ୍କ ଦାବି ଗୁଡିକ ମଧ୍ୟରେ – କୃଷକ ମାନଙ୍କ ଋଣ ସମ୍ପର୍ଣ୍ଣ ଛାଡ କରିବା, ଚାଳ ଓ ଟିଣ ଛପର ଘର ଭାଙ୍ଗି ଯାଇଥିବା ବ୍ୟକ୍ତିମାନଙ୍କୁ ପକ୍କାଘର ଯୋଗାଇ ଦେବା, ଜନସେଚନ ଓ ଅଣ ଜଳସେଚନ ଜଙ୍ଗଲ ଜମି ଚାଷ କରୁଥିବା ଚାଷୀଙ୍କୁ ସମାନ କ୍ଷତି ପୁରଣ ପ୍ରଦାନ କରିବା, ପଶୁ, ପକ୍ଷୀ, ଗାଈ, ଗୋରୁ ଆଦି ଜନ୍ତୁର ମୃତ୍ୟୁ କାଳୀନ କ୍ଷତି ଦେବା, ଭାଗ ଚାଷୀଙ୍କୁ ସମାନ କ୍ଷତି ପୁରଣ ଦେବା, ବର୍ଷାରେ ଧୋଇ ହୋଇଯାଇଥିବା ସଡକ ଓ ବାତ୍ୟାରେ ଭାଙ୍ଗି ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ପୁନଃଉଦ୍ଧାର କରିବା, ରେସନ କାର୍ଡ ପାଇଥିବା ବ୍ୟକ୍ତିଙ୍କୁ ରିଲିଫ ଦେବା ସହିତ ବିନା ରେସନ କାର୍ଡ ଧାରୀଙ୍କୁ ରିଲିଫ ପ୍ରଦାନ କରିବା, ପ୍ରତ୍ୟେକ ଗାଁରେ ବନ୍ୟା ଅଶ୍ରୟସ୍ଥଳ ନିର୍ମାଣ କରିବା, ସ୍ୱାସ୍ଥ୍ୟ ଶିବିର ଖୋଲିବା, ଧାର୍ମିକ ପୀଠ ନିର୍ମାଣ, ବ୍ଲକରେ ପିସି କାରବାର ବନ୍ଦ, ପଡିକାର୍ଡରେ ପାତର ଅନ୍ତର ବନ୍ଦ, ଆୟୁଷମାନ ଭାରତକୁ ଓଡିଶାରେ ଲାଗୁ କରିବା, ମାଛ ଚାଷୀଙ୍କୁ କ୍ଷତି ପୁରଣ ପ୍ରଦାନ କରିବା, ସମବାୟ ବ୍ୟଙ୍କ ମାଧ୍ୟମରେ ତୁରନ୍ତ ଋଣ ଯୋଗାଇ ଦେବା ଓ ସ୍ଥାନୀୟ ଖଣି ଖାଦାନ ନିଲାମରେ ସ୍ୱଚ୍ଛତା ଆଣିବା ଆଦି ଦାବି ନେଇ ବ୍ଳକ ବିଜେପି ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ପ୍ରଭାରୀ ସରୋଜ ସାବତ, ଜିଲା ପରିଷଦ ଅଧ୍ୟକ୍ଷା ଅନିତାରାଣୀ ବେହେରା, ଜିଲା ଉପସଭାପତି ପ୍ରଶାନ୍ତ ମଳିକଙ୍କ ସମେତ ସହ ସହ ବିଜେପୀ କର୍ମୀ ଏହି ଘେରାଉରେ ସାମିଲ ଥିଲେ। ଶେଷରେ ରାଜ୍ୟପାଳଙ୍କ ଉଦେଶ୍ୟରେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

Leave A Reply