ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅଘଟଣ: କଂଗ୍ରେସର କଟାକ୍ଷ

0

ନୂଆଦିଲ୍ଲୀ: ବିଜେପି କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଖସି ପଡ଼ିଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପତାକା ଉତ୍ତୋଳନ କରିବା ପୂର୍ବରୁ ପତାକା ତଳେ ଖସି ପଡ଼ୁଥିଲା। କିନ୍ତୁ ତଳେ ପଡ଼ିବା ପୂର୍ବରୁ ଅମିତ ଶାହା ପତାକୁ ଧରି ନେଇଥିଲେ। ଏହାକୁ ନେଇ କଟାକ୍ଷ କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଯେଉଁ ଦଳ ଜାତୀୟ ପତାକାକୁ ସମ୍ଭାଳି ପାରୁନାହିଁ ସେ ଦଳ ଦେଶକୁ କିଭଳି ସମ୍ଭାଳିବ ତାହା ଅନୁମେୟ। ଏହି ଘଟଣାର ଏକ ଭିଡିଓ ଚିତ୍ରକୁ କଂଗ୍ରେସ ଟ୍ୱିଟରରେ ଅପ୍‍ଲୋଡ୍‍ କରାଯାଇଛି। ସେହିପରି ଏହି ଘଟଣାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ କହିଛନ୍ତି, ବିଜେପି କାର୍ଯ୍ୟାଳୟରେ ଘଟିଥିବା ଘଟଣାରୁ ଜଣାପଡ଼ୁଛି ଯେ ଭାରତ ମାତା ଖୁସି ନୁହନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ହାତରେ ପତାକା ଉତ୍ତୋଳନ ପାଇଁ ଭାରତ ମାତା ଚାହୁଁ ନଥିଲେ। ଯିଏ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ପ୍ରକୃତିର ଶକ୍ତି ଆଗରେ ତାକୁ ହାର ମାନିବାକୁ ପଡ଼ିବ।

Leave A Reply