ବିଜେଡିର ମହିଳା କାର୍ଡ ; ୯ଲୋକସଭା ଆସନରୁ ୩ ମହିଳା ପାର୍ଥୀ

0

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏଥିମଧ୍ୟରେ ବିଜେଡି ସୋମବାର ୯ଟି ଲୋକସଭା ଓ ୫୪ଟି ବିଧାନସଭା ନିର୍ବାଚନ ଆସନ ପାଇଁ ପାର୍ଥୀ ଘୋଷଣା କରିଛି। ୯ଟି ଲୋକସଭା ନିର୍ବାଚନ ଆସନ ମଧ୍ୟରୁ ୩ଟି ମହିଳା ପାର୍ଥୀଙ୍କୁ ବିଜେଡି ସୁଯୋଗ ଦେଇଛି। କୋରାପୁଟ ଲୋକସଭା ଆସନରୁ କୌଶଲ୍ୟା ହିକକାଙ୍କୁ ପାର୍ଥୀ କରାଯାଇଛି। ପୂର୍ବରୁ ଏହି ଆସନରେ ତାଙ୍କ ସ୍ୱାମୀ ଝିନ୍ନ ହିକ୍‍କାଙ୍କୁ ପାର୍ଥୀ କରାଯାଇଥିଲା।
ସେହିପରି ସୁନ୍ଦରଗଡ ଲୋକସଭା ଆସନ ପାଇଁ ସୁନିତା ବିଶ୍ୱାଳଙ୍କୁ ପାର୍ଥୀ କରାଯାଇଛି। ପୂର୍ବରୁ ଏହି ଲୋକସଭା ଆସନ ପାଇଁ ହକି ତାରକା ଦୀଲ୍ଲିପ ତିର୍କୀଙ୍କୁ ଦଳ ପାର୍ଥୀ କରିଥିଲା।
ସେହିପରି ଆସିକା ଲୋକସଭା ନିର୍ବାଚନ ପାଇଁ ପ୍ରମିଳା ବିଶୋୟୀଙ୍କୁ ଦଳ ପାର୍ଥୀ କରିଛି। ପୂର୍ବ ନିର୍ବାଚନରେ ଏହି ଆସନ ପାଇଁ ଦଳ ଲଡୁ କିଶୋର ସ୍ୱାଇଁଙ୍କୁ ପାର୍ଥୀ କରିଥିଲା।
ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନ ପାଇଁ ବିଜଡେି ୩୩% ମହିଳା ପାର୍ଥୀ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଏକ ସଭାରେ ଘୋଷଣା କରିଥିଲେ।

Leave A Reply