ବିଜେଡିର ୪୦ ଜଣିଆ ତାରକା ପ୍ରଚାରକ ତାଲିକା , ୭ ଓଲିଉଡ଼ କଳାକାର

0

ଭୁବନେଶ୍ଵର : ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ପ୍ରକ୍ରିୟା ଜାରି ରହିଛି। ଭିନ୍ନ ଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ, ଅନୁଭବ ମହାନ୍ତି, ମୁନ୍ନା ଖାନ, ଅରିନ୍ଦମ ରାୟ, କୁନା ତ୍ରିପାଠୀ, ଆକାଶ ଦାସ ନାୟକ ପ୍ରମୁଖ ସ୍ଥାନ ପାଇଛନ୍ତି।

ଦଳ ପକ୍ଷରୁ ଘୋଷିତ ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଅନଙ୍ଗ ଉଦୟ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଭଳି ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି । ସେହିପରି ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଶାନ୍ତ ନନ୍ଦ, ଅନୁଭବ ମହାନ୍ତି, କିଶୋର ମହାନ୍ତି, ନବ ଦାସ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ପ୍ରତାପ କେଶରୀ ଦେବ,  ସଞ୍ଜୟ ଦାସ ବର୍ମା, ସିଦ୍ଧାନ୍ତ ମହାପାତ୍ର, ମୁନ୍ନା ଖାନ, ଅରିନ୍ଦମ ରାୟ, କୁନା ତ୍ରିପାଠୀ, ଆକାଶ ଦାସ ନାୟକ ଓ ଦୀଲିପ ତିର୍କୀ ମଧ୍ୟ ତାରକା ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି । କିଛି ଦିନ ପୂର୍ବେ ବିଜେପି ମଧ୍ୟ ନିଜର  ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରିଥିଲା।

୨୧ ଲୋକସଭା ଆସନରୁ ବର୍ତ୍ତମାନ ସୁଦ୍ଧା ବିଜେଡି ୯, ବିଜେପି ୧୫ ଏବଂ କଂଗ୍ରେସ ୮ଟିରେ ନିଜ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛନ୍ତି।

Leave A Reply