ଅଯୋଗ୍ୟ ହୋଇପାରନ୍ତି ବିଜେଡି ଛାଡ଼ିଥିବା ୫ ବିଧାୟକ !

0

ଭୁବନେଶ୍ବର: ବିଜେଡି ଛାଡ଼ିଥିବା ୫ ବିଧାୟକ ଅଯୋଗ୍ୟ ହୋଇପାରନ୍ତି। ବିଧାୟକମାନଙ୍କର ସଭ୍ୟପଦ ରଦ୍ଦ ପାଇ ବିଜେଡି ପକ୍ଷରୁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରାଯାଇଛି। ବିଜେଡି ମୁଖ୍ୟ ସଚେତକ ଅମର ଶତପଥୀ ବାଚସ୍ପତିଙ୍କୁ ଏହି ପିଟିସନ ପ୍ରଦାନ କରିଛନ୍ତି। ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ, ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ମୋହନା ବିଧାୟକ ବାସନ୍ତୀ ମଲ୍ଲିକ ଦଳ ବଦଳ କରିଥିବାରୁ ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବା ଦାବିରେ ପିଟିସନ କରାଯାଇଛି। ପିଟିସନ ଉପରେ ବାଚସ୍ପତି ପ୍ରତିକ୍ରିୟା ରଖି କହିଛନ୍ତି, ଏ ନେଇ ଅନୁଧ୍ୟାନ ଚାଲିଛି, ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।

Leave A Reply