କଂଗ୍ରେସର ନୈଶ ଭୋଜିରୁ ଦୂରରେ ରହିବ ବିଜେଡି !

0

ଭୁବନେଶ୍ୱର: ୟୁପିଏରର ଅଧ୍ୟକ୍ଷା  ସୋନିଆ ଗାନ୍ଧୀ  ବିରୋଧି ଦଳ ଓ ସମାନ ଚିନ୍ତାଧାରା ରଖୁଥିବା ଦଳର ନେତାମାନଙ୍କ ପାଇଁ ନୈଶ ଭୋଜିର ଆୟୋଜନ କରିଛନ୍ତି ।  ମାତ୍ର ବିଜୁ ଜନତା ଦଳ ଏହି ନୈଶ ଭୋଜିରେ ଅଂଶ ଗ୍ରହଣ କରିବା ନାହିଁ ବୋଲି ପୂର୍ବ ସୂଚନା ମିଳି ସାରିଲାଣି । ମାର୍ଚ୍ଚ ୧୩ ତାରିଖରେ ଏହି ନୈଶ ଭୋଜିର ଆୟୋଜନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ବଜାୟ ରଖିବେ ବୋଲି ପୂର୍ବରୁ କହିଛନ୍ତି ।

ସୋନିଆଙ୍କର ନୈଶ ଭୋଜି ପାଇଁ ଦଳ କ’ଣ ପଦକ୍ଷେପ ଗ୍ରହଣ କରିବା ଶୁବ ଶୀଘ୍ର ତାହାର ସୂଚନା ଦିଆଯିବ । ମାତ୍ର ଦଳ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ବଜାୟ ରଖିବ ବୋଲି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ।

ବିଜେଡିକୁ ଓଡିଶାରେ କୌଣସି ଦଳଠାରୁ  କଡା ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡୁ ନାହିଁ ବୋଲି ଦଳର କିଛି ନେତା ସୂଚନା ଦେଇଛନ୍ତି । ଏଥିପାଇଁ କାହା ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ । ବର୍ତମାନ ସ୍ଥିତିରେ  ଦଳ ନିକଟରେ ୧୪୭ରୁ ୧୧୭ଟି ଆସନ ରହିଛି । ଲୋକସଭାରେ ୨୧ଟିରୁ ୨୦ଟି ଆସନ ରହିଛି । ସୋନିଆଗାନ୍ଧୀ ଏପରି ଏକ ସମୟରେ ରାତ୍ର ଭୋଜନର ଆୟୋଜନ କରିଛନ୍ତି,  ଯେଉଁ ସମୟରେ କଂଗ୍ରେସ ଓ ଭାଜାପା ବିନା ଏକ ତୃତୀୟ ସାମ୍ମୁଖ୍ୟର ଚର୍ଚ୍ଚା ହେଉଛି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ବି ତୃତୀୟ ସାମ୍ମୁଖ୍ୟ କଥା କହିଛନ୍ତି ।

ସୋନିଆ ଗାନ୍ଧୀଙ୍କ ନୈଶ୍ୟ ଭୋଜିରେ ବିଜେପିକୁ ବିରୋଧ କରୁଥିବା ସମସ୍ତ ଦଳ ଅଂଶ ଗ୍ରହଣ କରିବେ ବୋଲି କଂଗ୍ରେସ ପକ୍ଷରୁ ଆକଳନ କରାଯାଇଛି । ଭାଜାପା ବିରୋଧରେ  ଏହା ଏକ ପ୍ରକାରର ଶକ୍ତି ପ୍ରଦର୍ଶନ ହେବୋ ବୋଲି ଅନେକ କଂଗ୍ରେସ ନେତା ଆଶା ପ୍ରକଟ କରିଛନ୍ତି ।

ଏଥିରେ  ତୃଣ ମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବେ କି ନାହିଁ ସେ କଥା ପ୍ରକାଶ କରି ନାହାନ୍ତି ।ତେବେ କେଉଁ ସବୁ ବିରୋଧି ଦଳ ଏଥିରେ ଅଂଶ ଗ୍ରହଣ କରୁଛନ୍ତି ତାହା ଦେଖିବା କଥା ।

Leave A Reply