୧୩ ପୂର୍ବାହ୍ଣରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ଆସନ୍ତା ୧୩ତାରିଖରୁ ଷୋଡ଼ଶ ବିଧାନସଭା ଦ୍ବିତୀୟ ଅଧିବେଶନ ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଆସନ୍ତା ୧୩ତାରିଖ ପୂର୍ବାହ୍ନ ୧୦ଟାରେ ଓଡ଼ିଶା ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ବୈଠକରେ ଦଳର ସମସ୍ତ ବିଧାୟକ, ବିଧାୟିକା ଯୋଗଦେବା ନିମନ୍ତେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

Comments are closed.