ଝରିଗାଁରେ ବିଜେଡ଼ିର ପ୍ରକାଶ ମାଝି ଓ ଉମରକୋଟରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ଝରିଗାଁ/ଉମରକୋଟ : ନବରଙ୍ଗପୁର ଜିଲାର ଝରିଗାଁ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରକାଶ ମାଝି ବିଜୟୀ ହୋଇଥିବା ବେଳେ ଉମରକୋଟରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜୟୀ ହୋଇଛନ୍ତି। ଝରିଗାଁରେ ମୋଟ୍‍ ୩୭ ପର୍ଯ୍ୟାୟ ଓ ଉମରକୋଟରେ ମୋଟ ୩୨ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଛି। ଗଣତି ପରେ ପ୍ରକାଶ ୩୧୪୪୪ ଭୋଟରେ ବିଜୟୀ ହୋଇଥିବା ବେଳେ ନିତ୍ୟାନନ୍ଦ ୯୭୬୩ ଭୋଟରେ ବିଜୟୀ ହୋଇଥିବା ଜଣାପଡ଼ିଛି। ମାତ୍ର ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

Comments are closed.