ସୋମବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରିବ ବିଜେଡି

0

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୮ ତାରିଖରେ ପାର୍ଥୀ ପତ୍ର ଦାଖଲ ପ୍ରକିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର(ସଂ), ବ୍ରହ୍ମପୁର ଓ କୋରାପୁଟ(ସଂ) ଲୋକସଭା ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତାକାଲି ଠାରୁ ପାର୍ଥୀପତ୍ର ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପାର୍ଥୀ ତାଲିକା ସୋମବାର ଘୋଷଣା କରିବ ବୋଲି ଜଣାପଡିଛି। ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ଏକାଧିକ ପାର୍ଥୀ ରହିଛନ୍ତି।

Leave A Reply