ଧର୍ମ୍ରେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ : ବିଜେଡ଼ି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମ୍ରେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଛି। ଯଦି ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଯୋଗୁଁ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଛି, ତେବେ ବୁର୍ଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ଯାଞ୍ଚ ସମୟରେ ଫ୍ଲାଇଂ ସ୍କ୍ୱାର୍ଡକୁ କାହିଁକି ବାଧା ଦେଇଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି। ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ସହ ଯୁକ୍ତି କରିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମ୍ରେନ୍ଦ୍ର ପ୍ରଧାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ ଓ ଲେଲିନ ମହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ।

Comments are closed.