ପ୍ରଧାନମନ୍ତ୍ରୀ ଭୁଲ୍‌ ତଥ୍ୟ ରଖିଛନ୍ତି:ବିଜେଡି

0

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ, କିନ୍ତୁ ଓଡ଼ିଶା ସରକାର ପଛଘୁଞ୍ଚା ଦେଲେ। ଏବେ ଏବେ ଗରିବ ଓ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ବିଜୁ ଜନତା ଦଳ ଏହାର ପାଲଟା ଜବାବ ଦେଇଛି। ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଭୁଲ ତଥ୍ୟ ରଖିଛନ୍ତି। ସେ ଯାହା କହିଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ। ଗଡ଼କରୀ ଜଳସମ୍ପଦ ମନ୍ତ୍ରୀ ହେବାବେଳକୁ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ଟ୍ରାଇବୁନାଲ ଗଠନକୁ ବିରୋଧ କରିଥିଲେ। ଓଡ଼ିଶାର ଜନସାଧାରଣ ସବୁକଥା ବୁଝିଛନ୍ତି, ଜାଣିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ଉତ୍ତରରେ ସେ କହିଥିଲେ ଯେ ଏଥିପାଇଁ କେନ୍ଦ୍ର ୪ବର୍ଷ ହେଲା ଅର୍ଥ ଦେଇନାହିଁ। ସେ ପୁଣି କହିଥିଲେ ସେ ମୋଦି ଓଡ଼ିଶା ଗସ୍ତରେ ଆସି ମୋଟ ୧ଘଣ୍ଟା ୧୫ମିନିଟ୍‌ର ଭାଷଣରେ ଓଡ଼ିଶା ପାଇଁ ମାତ୍ର ୪ ମିନିଟ ଦେଇଛନ୍ତି। ଆଶା ଥିଲା ପ୍ରଧାନମନ୍ତ୍ରୀ ଓଡ଼ିଶାର ପ୍ରଗତି ନିମନ୍ତେ କିଛି ଘୋଷଣା କରିବେ। ହେଲେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନିରାଶ କଲେ।

Leave A Reply