ବିଜେଡି ସଂଖ୍ୟାଲଘୁ ସେଲ୍‍ର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ

0

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲ୍‍ର ରାଜ୍ୟ ଉପସଭାପତି ଭାବେ ଶେଖ୍‍ ମୁସ୍ତାଫା ଓ ଏମ୍‍ ଡି କୁଦରତ୍‍ଙ୍କୁ ନିଯୁକ୍ତି ମିଳିଥିବା ବେଳେ ରାଜ୍ୟ ମହାସଚିବ ଭାବେ ଅହମ୍ମଦ ଅଲ୍ଲୀ, ରାଜ୍ୟ ସଚିବ ଭାବେ ସୋଏବ୍‍ ଆଲାମ୍‍, ରାମ ନାୟକ,ଏସ କେ ଅବଦୁଲ୍ଳା, ଏମ୍‍ଡି ଫୈଜୁଲ୍ଲା ଖାନ୍‍ଙ୍କୁ ନିଯୁକ୍ତ କରାଯାଇଛି। ବିଜେଡି ସଂଖ୍ୟାଲଘୁ ସେଲ୍‍ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସଭାପତି ଭାବେ ଯଥାକ୍ରମେ ଜୟନନ୍ଦ ନାୟକ ଓ ଅମଜାଦ୍‍ ଖାନ୍‍ଙ୍କୁ ସୁପ୍ରିମୋ ନିଯୁକ୍ତି ଦେଇଛନ୍ତି। ବିଜେଡି ରାଜ୍ୟ ସଚିବ ବିଜୟ ନାୟକ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଏହା ଜଣାଇଛନ୍ତି।

Leave A Reply