ବର୍ଷା ଯୋଗୁଁ ଫିକା ପଡ଼ିଲା ବିଶ୍ୱକର୍ମା ପୂଜାର ମଜା

0

ପାରାଦୀପ : ଲଗାଣ ବର୍ଷା ଓ ପବନରେ ବିଶ୍ୱକର୍ମା ପୂଜା ତୋରଣ ଭାଙ୍ଗି ଯାଇଛି। ପାରାଦୀପରେ ଅନୁଷ୍ଠିତ ହେଉଥିବା ବିଶ୍ୱକର୍ମା ପୂଜାର ଆଜି ହେଉଛି ଚତୁର୍ଥ ଦିନ। ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱକର୍ମା ପୂଜା ଦେଖିବାକୁ ଲକ୍ଷାଧିକ ଦର୍ଶକଙ୍କ ଭିଡ ପରିଲକ୍ଷିତ ହେଉଥିବାବେଳେ ଗତକାଲି ସନ୍ଧ୍ୟାରୁ ଲଗାଣ ବର୍ଷା ଓ ପବନ ଲାଗି ରହିଥିବାରୁ ପୂଜାର ମଜା ନଷ୍ଟ ହୋଇଯାଇଛି। ଯାହା ଫଳରେ ଦୂରଦୂରାନ୍ତରୁ ଆସିଥିବା ବ୍ୟବସାୟୀ ଓ ଉଠା ଦୋକାନୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ଆଜି ମଧ୍ୟ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଥିବାରୁ ପୂଜା ଉପଲକ୍ଷେ କରାଯାଇଥିବା ପାରାଦୀପ ଟ୍ରକ୍ ମାଲିକସଂଘ ପୂଜାମଣ୍ଡପର ତୋରଣ ଏବଂ ଓମଫା ପୂଜାମଣ୍ଡପର ଲାଇଟ୍ ଗେଟ୍ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି।

Leave A Reply